Recent Posts

Download "Utkal Divas" Speech in Odia For School & College Students (PDF)

Mar 23, 2017 | Views
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
Download "Utkal Divas, Odisha Day" Speech in Odia For School & College Students (PDF)
Download "Utkal Divas" Speech in Odia For School & College Students (PDF). The following is sample of the speech. Download the PDF to save this speech to your phone or computer.

“ଉତ୍କଳ ଦିବସ ଭାଷଣ”
ଆଜି ଆମେ ଆମ ବିଦ୍ୟାଳୟ/ଅନୁଷ୍ଠାନରେ ପବିତ୍ର ଉତ୍କଳ ଦିବସ ପାଳନ କରୁଛୁ । ଏହି ଅବସରରେ ମୁଁ ଆମ ଜନ୍ମଭୂମିକୁ ନମ୍ର ପ୍ରଣିପାତ ଜଣାଉଛି । ଆଜକୁ “୮୧” ବର୍ଷ ତଳେ ଆମ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହୋଇଥିଲା । ସେଦିନ ଓଡ଼ିଶା ସହିତ ଆଉ । ଗୋଟିଏ ନୂଆ ରାଜ୍ୟ ମଧ୍ୟ ଜନ୍ମ ନେଇଥିଲା । ତାହା ହେଉଛି ସିନ୍ଧ ପ୍ରଦେଶ । ଓଡ଼ିଶା ଥିଲା ଭାରତର ଏକାଦଶ ସ୍ଵତନ୍ତ୍ର ରାଜ୍ୟ । ପ୍ରତିବର୍ଷ ଅପ୍ରେଲ ପହିଲାକୁ ଇଂରେଜମାନେ ଅପ୍ରେଲଫୁଲ୍ଲ ଭାବେ ପାଳନ କରନ୍ତି । ସାଙ୍ଗସାଥିମାନଙ୍କୁ ମିଛ କହି ଠକି ଦେଇ ସେମାନେ ବେଶ୍ ମଜା କରନ୍ତି । କିନ୍ତୁ ସେହି ଅପ୍ରେଲ ପହିଲା ତାରିଖରେ ଇଂରେଜମାନଙ୍କୁ ଠକି ଦେଇ ଓଡ଼ିଆମାନେ ଏଭଳି ଭାବରେ ଉତ୍କଳ ଦିବସ ପାଳନ କଲେ ସେଦିନ ଇଂରେଜ ସାହେବମାନେ ମଧ୍ୟ ଠକି ଗଲେ । ସାରା ଭାରତରେ ଓଡ଼ିଶା ସର୍ବପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଲା ।

୧୫୫୮ ମସିହାର କଥା ଓଡ଼ିଶାର ଶେଷ ସ୍ଵାଧିନ ରାଜ୍ୟ ତେଲେଙ୍ଗା ମୁକୁନ୍ଦଦେବ ଗୋହିରାଟିକିରି ଯୁଦ୍ଧରେ ପରାସ୍ତ ହେଲେ । ସେହିଦିନ ଓଡ଼ିଶାର ସ୍ଵାଧୀନ ସୂର୍ଯ୍ୟ ଅସ୍ତମିତ ହୋଇଗଲା । ଓଡ଼ିଆମାନେ ସୁଦୀର୍ଘ ୨୯୦ ବର୍ଷ ପରାଧିନ ବେଢ଼ିରେ ଆବଦ୍ଧ ହେଲେ । ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜ ମାନଙ୍କଦ୍ଵାରା ଓଡ଼ିଶା ଶାସିତ ହେଲା । ୧୮୦୩ ମସିହାରେ ଇଂରେଜ ଓଡ଼ିଶା ଦଖଲ କଲେ । ସେଦିନ, କେହି ଜାଣି ନଥିଲେ ଗୋଟାଏ ବିଦେଶୀ ବଣିକ ଜାତି ସାରା ଭାରତରେ କାୟା ବିସ୍ତାର କରି ମହାଭାରତୀୟ ଜାତିକୁ ଖିନଭିନ୍ କରିପକାଇବ । ଓଡ଼ିଶାର ପତଳା ଲୁଗା ଦେଖି ସେଦିନ ଇଂରେଜ ରାଜା ଚାର୍ଲସ୍ ଙ୍କ ଆଖି ତାଳୁ ଉପରକୁ ଉଠିଯାଇଥିଲା...  


No comments:

Post a Comment