Recent Posts

BSE: Annual HSC Exam 2015 - FLO (Odia) PART - II (SUBJECTIVE) Question Paper

Dec 4, 2017 | Views
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
BSE: Annual HSC Exam 2015 - FLO (Odia) PART - II (SUBJECTIVE) Question Paper, MIL Oriya subjective and objective question and solution of matric exam, hsc exam 2015.
BSE ODISHA 
ANNUAL HSC EXAMINATION - 2015 
FL ODIA - PART - II (SUBJECTIVE) QUESTION PAPER 
SET - B

ପରୀକ୍ଷାର୍ଥୀମାନେ ଯଥା ସମ୍ଭବ ନିଜ ଭାଷାରେ ଉତ୍ତର ଦେବେ । 
ଡାହାଣ ପାର୍ଶ୍ଵରେ ଦିଆଯାଇଥି ବା ସଂଖ୍ୟାଗୁଡିକ ମୂଲ୍ୟାଙ୍କ ସୂଚାଉଛି । 
ସମସ୍ତ ପ୍ରଶ୍ନର ଉତ୍ତର ଦିଅ । 

୧. (କ) ପ୍ରାୟ ୧୨୦ ଟି ଶବ୍ଦରେ ଉତ୍ତର ଲେଖ । [୭
ମଙ୍ଗଳେ ଅଇଲା ଉଷା କବିତାରୁ କବିଙ୍କର ପ୍ରକୃତି ଚିତ୍ରଣର ବିଶେଷତ୍ଵ ଦର୍ଶାଅ । 
ଅଥବା, 
ପଠିତ କବିତା ଅନୁସରଣରେ ମାନ ଗୋବନ୍ଦଙ୍କ ମହାନତା ପ୍ରତିପାଦନ କର ।

(ଖ) ସପ୍ରସଙ୍ଗ ସରଳାର୍ଥ ଲେଖ (ପ୍ରାୟ ୫୦ଟି ଶବ୍ଦରେ) । [୫
ପାପଗର୍ତ୍ତେ ଯେହେଁ ପଡଇ ଅଜ୍ଞାନ
ତରୀ-ଗର୍ଭେ ମୀନ ଡେଇଁ ଦେବେ ପ୍ରାଣ । 
ଅଥବା, 
ବିସ୍ମଇ ନିଃଶ୍ଵାସ ତେଜି ବରୁଣ ପ୍ରସନ୍ନେ 
ବିନାଶନରେ ଶୟନ ସେ ଦର୍ଭ ଶୟନେ ଯେ । 

୨. (କ) ପ୍ରାୟ ୧୫୦ଟି ଶବ୍ଦରେ ଉତ୍ତର ଲେଖ ।  [୭
ବିବେକାନନ୍ଦଙ୍କ ଭାରତ ଭ୍ରମଣର ଉଦ୍ଦେଶ୍ୟ ଓ ପରିଣତି ସଂପର୍କରେ ଆଲୋଚନା କର । 
ଅଥବା, 
ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସଂପର୍କରେ ଲେଖକଙ୍କର ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର । 

(ଖ) ସପ୍ରସଙ୍ଗ ସରଳାର୍ଥ ଲେଖ । (ପ୍ରାୟ ୫୦ଟି ଶବ୍ଦରେ)  [୫


ଆମ ଦେଶରେ ଜ୍ଞାନ ଭଣ୍ଡାରଟା ଇଂରେଜୀରେ ଥିବାରୁ କୋଟି କୋଟି ଜନତା ଆଖି ଥାଉଁ ଥାଉଁ ଅନ୍ଧ । 
ଅଥବା, 
ଏମାନେ ପୁଷ୍ପିତ ପଳାଶ ବଣରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୂଡାରେ ଦେଖନ୍ତି ଅନାଗତ ଯୁଗର ରକ୍ତ କେତନ । 
୩. ପ୍ରାୟ ୨୫୦ଟି ଶବ୍ଦରେ ଯେ କୌଣସି ଗୋଟିଏ ପ୍ରସଙ୍ଗରେ ପ୍ରବନ୍ଧ ଲେଖ । [୧୦
(କ) ଶୀତଋତୁ 
(ଉପକ୍ରମ - ପ୍ରାକୃତିକ ପରିବେଶ - ଜନ ଜୀବନ ଉପରେ ପ୍ରଭାବ - ଉପସଂହାର) 

(ଖ) ତୁମ ପ୍ରିୟ ଖେଳାଳି
(ଉପକ୍ରମ - ପରିଚୟ - ଖେଳରେ କୃତିତ୍ଵ - ଉପସଂହାର)

(ଗ) ପରିବେଶ ସ୍ଵଚ୍ଛତା
(ଉପକ୍ରମ - ଆବଶ୍ୟକତା - ସ୍ୱଚ୍ଛତା ପାଇଁ ଜନ ସଚେତନତା - ଉପସଂହାର) 

୪. ପ୍ରାୟ ୧୦୦ ଶବ୍ଦରେ ଉତ୍ତର ଲେଖ  । [୬
ତୁମ ପାରିବାରିକ ସମସ୍ୟା ସମ୍ପର୍କରେ ଦୂରରେ ଥବା ବାପାଙ୍କୁ ଜଣାଇବା ପାଇଁ ପତ୍ର ଲେଖ ।
ଅଥବା, 
ବନ୍ୟା ପରେ ତୁମ ଅଞ୍ଚଳରେ ଜଳ ବିଶୋଧନ ବ୍ୟବସ୍ଥା ପାଇଁ ଜନସ୍ଵାସ୍ଥ୍ୟ ଅଧକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।

୫. ନିମ୍ନ ଅନୁଚ୍ଛେଦଟି ପାଠକରି ତଳେ ଦିଆଯାଇଥବା ପ୍ରଶ୍ନଗୁଡିକର ଉତ୍ତର ଲେଖ । ପ୍ରତୀତି ଉତ୍ତର ପାଇଁ ୨୫ଟି ଶବ୍ଦର ବ୍ୟବହାର କରାଯାଇପାରିବ । [୨x୫
ସଭ୍ୟତା ଏକ ପ୍ରବାହ । ଏଥିରେ ବିରତି ନାହିଁ । ଐତିହାସିକ ଟଏନବିଙ୍କ ଭାଷାରେ ସଭ୍ୟତା ଏକ ଜଳ-ଯାତ୍ରା, ବନ୍ଦର ବା ପୋତାଶ୍ରୟ ନୁହେଁ । ସ୍ରୋତ ସ୍ଥଗିତ ହେଲେ ଉତ୍ସ ପ୍ରତିହତ ହୁଏ । ବହୁ ଦେଶରେ ପ୍ରାଚୀନ ସଭ୍ୟତା ଏଭଳି ଭାବରେ ବିଲୁପ୍ତ ହୋଇଯାଇଛି । ସେଇ ଗ୍ରନ୍ଥମାନଙ୍କରେ ସ୍ପଷ୍ଟ ନିର୍ଦେଶ ରହିଛି– ଅବିରତ ଅଗ୍ରଗତି ନହେଲେ ଅବସାନ ଅବଶ୍ୟମ୍ଭାବୀ । ଶ୍ରୀକୃଷ୍ଣ ମଥୁରା ଗମନ ଲାଗି ପ୍ରସ୍ତୁତ ହେଲାବେଳେ ଷୋଳ ସହସ୍ର ଗୋପୀ ଆକୁଳ କ୍ରନ୍ଦନ କଲେ । ସେ ମାୟା ତୁଟାଇ, ବନ୍ଧନ ପରିହାର କରି ପଦକ୍ଷେପ କରିବା ଦୁରୂହ ବ୍ୟାପାର । ଶ୍ରୀକୃଷ୍ଣ କଥାଦେଲେ- ଶୀଘ୍ର ଫେରିଆସିବି ।  "ବିଚାରୁଛ କି ଗଲେ ଆସିବି ନାହିଁ । ପଦ୍ମ ବିହୀନେ ଭୃଙ୍ଗ ରହିବ ନାହିଁ ।" ମାତ୍ର ଫେରିଲେ ନାହିଁ । ଫେରିଥିଲେ ଆଉ ଶ୍ରୀକୃଷ୍ଣ ହୋଇ ନଥାନ୍ତେ । ସମସ୍ତ ମମତା, ଛିନ୍ନ କରି ସମ୍ମୁଖକୁ ଦୃଷ୍ଟି ରଖି ଅଗ୍ରସର ହେଲେ । ଜୀବନରେ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇ ନାହିଁ । ପାଣ୍ଡବ ଭାଇମାନେ ଦ୍ରୌପଦୀଙ୍କୁ ସାଙ୍ଗରେ ଧରି ସ୍ଵର୍ଗାରୋହଣ ଅଭିଯାନ କଲେ । ଏ ଅଗ୍ରଗତି ପଥରେ ଯେଉଁମାନେ ପଛକୁ ଦୃଷ୍ଟିନିକ୍ଷେପ କଲେ, ତାଙ୍କର ପତନ ହେଲା । ପ୍ରିୟତମା ପତ୍ନୀ, ପରମ ଆତ୍ମୀୟ ଭାତୃଗଣ-କାହାରି ବ୍ୟାକୁଳ ଆହ୍ଵାନ ଯୁଧିଷ୍ଠିରଙ୍କ କର୍ଣ୍ଣରେ ପ୍ରବେଶ କଲା ନାହିଁ । ସମସ୍ତ ଆକର୍ଷଣ ପରିହାର କରି ସେ ଚାଲିଲେ ଆଗକୁ । ଟିକିଏ ହେଲେ ପଛକୁ ଦୃଷ୍ଟିପାତ କଲେ ନାହିଁ | କରିଥିଲେ ହୋଇଥାନ୍ତା ସ୍ଫଳନ । 
ପ୍ରଶ୍ନାବଳୀ:
(i) ଶ୍ରୀକୃଷ୍ଣ ଗୋପୀମାନଙ୍କ ନିକଟକୁ ନ ଫେରି କ'ଣ କଲେ ?
(ii) ସ୍ୱର୍ଗାରୋହଣ କଲାବେଳେ ଯୁଧିଷ୍ଠିରଙ୍କର ସ୍ଫଳନ ହେଲାନାହିଁ କାହିଁକି ? 
(iii) ଐତିହାସିକ ଟଏନବି ସଭ୍ୟତାକୁ କାହା ସହିତ ତୁଳନା କରିଛନ୍ତି ? 
(iv) ବହୁଦେଶରେ ପ୍ରାଚୀନ ସଭ୍ୟତା ବିଲୁପ୍ତ ହୋଇଛି କାହିଁକି ? 
(v) ପ୍ରାଚୀନ ଗ୍ରନ୍ଥମାନଙ୍କରେ କେଉଁ ନିର୍ଦ୍ଦେଶ ରହିଛି ?

No comments:

Post a Comment