Complete Your MBA @ Just Rs.32000/-

Odia Essay: "Sunstroke and Its Remedy" (Ansughata o Ehara Pratikara) - in 250 words

Odia Essay: "Sunstroke and Its Remedy" (Ansughata o Ehara Pratikara) - in 250 words, PDF Download

Complete Your MBA @ Just Rs.32000/-

Advertisements

Odia Essay: "Sunstroke and Its Remedy" (Ansughata o Ehara Pratikara) - in 250 words, PDF Download
The following Odia Essay in 250 words titled "Sunstroke and Its Remedy" (Ansughata o Ehara Pratikara) for Secondary school students.



ପୃଥିବୀରେ ବିଭିନ୍ନ ସମୟରେ କେତେକ ସ୍ଥାନରେ ବାତ୍ୟା, ବନ୍ୟା, ମରୁଡ଼ି, ଭୂମିକମ୍ପ ଓ ଅଗ୍ନିକାଣ୍ଡରେ ବହୁ ଧନଜୀବନ କ୍ଷୟ ହୁଏ । ଏବେ ପ୍ରତିବର୍ଷ ଅଂଶୁଘାତରେ ଜୀବଜଗତ ଡହଳବିକଳ ହେଉଛି । ଓଡ଼ିଶା ତଥା ଭାରତର କେତେକ ରାଜ୍ୟରେ ଅଂଶୁଘାତ ଜନମାନସରେ ଭୀତି ସଞ୍ଚାର କରିଛି ।
ଅଂଶୁଘାତର କାରଣ

ପୃଥିବୀର ନାନା ସ୍ଥାନରେ ଉତ୍ତାପ ବଢ଼ିବାରେ ଲାଗିଛି । ଆମ ଦେଶରେ ବହୁ ଜାଗାରେ ରୌଦ୍ରତାପ ବଢୁଛି । ଓଡ଼ିଶାର ଅବସ୍ଥା ସବୁଠାରୁ ଖରାପ । ଗ୍ରୀଷ୍ମକାଳରେ ଏହାର ପ୍ରକୋପ ଅତ୍ୟଧିକ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନଙ୍କ ଅବସ୍ଥା କହିଲେ ନ ସରେ । କେତେକ ଜାଗାରେ ଦିନରେ ଉତ୍ତାପ ପ୍ରାୟ ୫୦ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ହେବାର ଲକ୍ଷ୍ୟ କରାଯାଉଛି ।

ଶରୀରର ତାପମାତ୍ରା ପ୍ରାୟ ୩୭° ସେଣ୍ଟିଗ୍ରେଡ ରହିଲେ ମଣିଷ ସାଧାରଣ ଭାବେ କାମଦାମ କରେ । ଏହା ବଢ଼ିଲେ କିମ୍ବା କମିଲେ ମସ୍ତିଷ୍କ ତାକୁ ନିୟନ୍ତ୍ରଣ କରିଥାଏ । ଦେହରୁ ଝାଳ ବୋହିଲେ ଦେହର ତାପମାତ୍ରା କମିଯାଏ । ମସ୍ତିଷ୍କ ତାପମାତ୍ରା କମାଇ ନ ପାରିଲେ ମଣିଷ ଅଂଶୁଘାତରେ ପୀଡ଼ିତ ହୁଏ । ଶରୀରର ଚର୍ମ ଶୁଷ୍କ ହୋଇଯାଏ । ବୁଲିଲେ କିମ୍ବା ଖରାରେ ଅତ୍ୟଧିକ ପରିଶ୍ରମ କଲେ ଅଂଶୁଘାତରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ ।

ଅଂଶୁଘାତର ଚିକିତ୍ସା ଓ ସତର୍କତା

କୌଣସି ବ୍ୟକ୍ତି ଅଂଶୁଘାତରେ ଆକ୍ରାନ୍ତ ହେଲେ, ତାଙ୍କୁ ଛାଇରେ ବା ଶୀତଳ ଜାଗାରେ ରଖି ଚିକିତ୍ସା କରିବା ଭଲ । ଅଂଶୁଘାତରେ ପୀଡ଼ିତ ରୋଗୀର ଦେହକୁ ଥଣ୍ଡାପାଣିରେ ପୋଛିଲେ ତାକୁ ଟିକିଏ ଭଲ ଲାଗେ । ଲେମ୍ବୁଲୁଣ ସରବତ, ପଇଡ଼ ପାଣି, କାଞ୍ଜିପାଣି କିମ୍ବା ତୋରାଣି ପିଇବାକୁ ଦିଆଯାଏ । ରୋଗୀର ଅବସ୍ଥା ଭଲ ନ ହେଲେ ଡାକ୍ତରଖାନାକୁ ନେଇ ସେଠାରେ ଚିକିତ୍ସା କରିବା ଭଲ । ଆବଶ୍ୟକ ପଡ଼ିଲେ, ସାଲାଇନ୍ ଇଞ୍ଜେକସନ୍ ନେବାକୁ ପଡ଼ିବ । ଚିକିତ୍ସା ସମୟରେ ରୋଗୀ ଶରୀରର ଲୁଗାପଟା ଢିଲା କରିଦେବ କିମ୍ବା ବାହାର କରିଦେବ । ଶରୀରରେ ଅତ୍ୟଧିକ ତାତି ଥିଲେ ମୁଣ୍ଡକୁ ଥଣ୍ଡାପାଣିରେ ଧୋଇ, ଓଦା ଗାମୁଛାରେ ପୋଛିବ । ଦରକାର ହେଲେ ମୁଣ୍ଡରେ ବରଫ ଥଳି ରଖିବ । ବେଳେବେଳେ ଦେହର ତାପମାତ୍ରା କମି ରୋଗୀକୁ ସନ୍ନିପାତ ହେଲାପରି ଲାଗେ । ସେପରି ରୋଗୀର ଦେହକୁ କମ୍ବଳରେ କିମ୍ବା ଶୁଖିଲା ମୋଟା ଲୁଗାରେ ଘୋଡ଼ାଇ ଦେବ । ରୋଗୀର ପାଦତଳେ ଗରମ ପାଣି ବୋତଲ ରଖିବ । ଗରମ ପାଣିରେ ଗାମୁଛା ଓଦା କରି ତା' ଦେହକୁ ବାରମ୍ବାର ପୋଛିଲେ ଉପଶମ ମିଳେ । ସମୟେ ସମୟେ ରୋଗୀର ବାକୁଲା ଉଠେ । ସେ ମାଂସପେଶୀ ଓ ପେଟରେ ବେଦନା ଅନୁଭବ କରେ । ଏପରି ସ୍ଥଳେ ରୋଗୀକୁ ଲେମ୍ବୁଲୁଣ ସରବତ ଦେବ । ଡାକ୍ତରଙ୍କ ସାହାଯ୍ୟ ନେବ । ମଦ ଭଳି ନିଶା ଜିନିଷ ଖାଇବାକୁ ଦେବ ନାହିଁ ।

ଅଂଶୁଘାତରେ ଆକ୍ରାନ୍ତ ନ ହେବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ହାଲୁକା ପୋଷାକ ପିନ୍ଧି ବାହାରକୁ ଯିବ । ମୁଣ୍ଡରେ ଧଳା ପଗଡ଼ି କିମ୍ବା ଓଦା ଗାମୁଛା ବ୍ୟବହାର କରିବ । କଳା ଚଷମା, ଧଳାଛତା ଓ ଜୋତା ବ୍ୟବହାର କରିବ । ଖରାରେ ବାହାରକୁ ଯିବା ଦରକାର ପଡ଼ିଲେ ଯଥେଷ୍ଟ ଥଣ୍ଡାପାଣି ପିଇବ ଓ ସାଙ୍ଗରେ ପାଣି ନେଇ କରି ଯିବ । ଛୋଟପିଲା, ମୋଟା ଓ ବୟସ୍କ ଲୋକ ବିଶେଷ ସାବଧାନ ହେବା ଉଚିତ ।

ଅଂଶୁଘାତର ପ୍ରତିକାର ପାଇଁ ବାୟୁମଣ୍ଡଳର ତାପମାତ୍ରାକୁ କମ୍ କରିବାକୁ ପଡ଼ିବ । ବୃକ୍ଷରୋପଣ ଏବଂ ଯାନବାହନ ନିୟନ୍ତ୍ରଣ ଉପରେ ଗୁରୁତ୍ଵାରୋପ କରିବା ଆମର କର୍ତ୍ତବ୍ୟ । କଳକାରଖାନାରୁ ବାହାରୁଥୁବା ଦୂଷିତ ବାଷ୍ପର ଖରାପ ଗୁଣକୁ ନଷ୍ଟ କରିବାର ଉପାୟ ଅବଲମ୍ବନ କରିବା ବିଧେୟ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ପରିମାଣକୁ ହ୍ରାସ କରିବା ନିମିତ୍ତ ଜନସଚେତନତା ଆବଶ୍ୟକ । ଉପଯୁକ୍ତ ତାଲିମ କେନ୍ଦ୍ର ମଧ୍ୟରେ ଅଂଶୁଘାତ ପ୍ରତିକାର ବିଷୟରେ ଶିକ୍ଷାଦାନ କରାଯିବା ଅତ୍ୟନ୍ତ ଜରୁରୀ ।
Labels:
Reactions:

Post a Comment


Advertisements

MKRdezign

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget